Muaan Pitha

Ingredients:

  • Gram- 1 cup
  • Arua rice- 2cups
  • Salt as per taste

For the filling

  • Grated coconut- 2-3 cups
  • Jaggery- 1cup
  • Black pepper powder- 1tsp

Procedure:

  • For the filling, a pan is heated. The jaggery and grated coconut is added and mixed until the jaggery is melted. To it is added black pepper powder and sauteed for some time. The mixture is removed from flame and kept aside
  • The gram and rice are soaked overnight. A fine paste is made out of it and is left to ferment for around 4-5 hours. After fermentation, salt is added to it.
  • Then, an earthen pot or idli maker or pressure cooker is half filled with water.
  • If an earthen pot is taken, it is covered with a clean cloth.
  • If a pressure cooker is taken, the interior is greased with ghee.
  • The vessel taken is placed on flame. Once the steam starts releasing, two layers of batter are added with the filling in between.
  • For the pitha to rise, a space of 1-2 inches are left. The vessel is the covered.
  • To know if the pitha is done, the cover is removed and a knife or toothpick is inserted. If the knife or toothpick comes out clean, the pitha is completely cooked and is served hot.

ଆବଶ୍ୟକୀୟ ସାମଗ୍ରୀ ଓ ପରିମାଣ:

  • ବିରି - ୧ କପ୍
  • ଅରୁଆ ଚାଉଳ - ୨ କପ୍ୀ
  • ଲୁଣ - ସ୍ୱାଦ ଅନୁଯାୟୀ

ପୁର ପାଇଁ

  • ନଡ଼ିଆ କୋରା - ୨ ରୁ ୩ କପ୍
  • ଗୁଡ଼ - ୧ କପ୍
  • ଗୋଲମରିଚ ଗୁଣ୍ଡ - ୧ ଛୋଟ ଚାମଚ

ପ୍ରଣାଳୀ:

  • ପୁର ବନାଇବା ପାଇଁ ପ୍ରଥମେ ଚୁଲା ଲଗାଇ ଗୋଟିଏ କଡ଼େଇ ଗରମ କରନ୍ତୁ। ସେଥିରେ ଗୁଡ଼, ନଡ଼ିଆ କୋରା ପକାଇ ଗୋଳାନ୍ତୁ ଯେପର୍ଯ୍ୟନ୍ତ ଗୁଡ଼ ନଡ଼ିଆ କୋରା ସହିତ ମିଶି ନ ଯାଇଛି। ନଡ଼ିଆ କୋରା ଓ ଗୁଡ଼ ମିଶି ଯିବା ପରେ ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଅଳ୍ପ ସମୟ ଭାଜନ୍ତୁ ଓ ଚୁଲା ବନ୍ଦ କରି ଦିଅନ୍ତୁ।
  • ପୂର୍ବ ଦିନ ରାତିରୁ ଭିଜା ଯାଇଥିବା ବିରି ଓ ଅରୁଆ ଚାଉଳକୁ ମିଶାଇ ବାଟି ରଖନ୍ତୁ।ବାଟଣ ବା ଆଣକୁ ଭଲ ଭାବରେ ଫୁଲିବା ପାଇଁ ୪ ରୁ ୫ ଘଣ୍ଟା ଘୋଡ଼ାଇ ରଖନ୍ତୁ।୪ ରୁ ୫ ଘଣ୍ଟା ପରେ ସେଥିରେ ଲୁଣ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
  • ଏହା ପରେ ଗୋଟିଏ ମାଟି ପାତ୍ର/ଇଡ଼ଲି ଛାଞ୍ଚ/ପ୍ରେସର୍ କୁକର୍ ନିଅନ୍ତୁ ଓ ସେଥିରେ ଅଧା ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ନିଅନ୍ତୁ।
  • ଯେଉଁ ମାଟି ପାତ୍ର ନେଇଛନ୍ତି ତାହାକୁ ଗୋଟିଏ ସଫା କପଡ଼ାରେ ଢାଙ୍କି ଦିଅନ୍ତୁ।
  • ଯଦି ପ୍ରେସର୍ କୁକର୍ ନେଇଛନ୍ତି, ଭିତରେ ଗୁଆ ଘିଅ ଭଲ ଭାବରେ ବୋଳି ଦିଅନ୍ତୁ।
  • ଚୁଲା ଉପରେ ବସାଇ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ। ବାମ୍ଫ ବାହାରିବା ମାତ୍ରେ ସେଥିରେ ରଖାଯାଇଥିବା ବିରି-ଚାଉଳ ଆଣ/ବାଟଣକୁ ଅଳ୍ପ ଢ଼ାଳନ୍ତୁ। ତାହା ପରେ ପୁରକୁ ଦେଇ ଦିଅନ୍ତୁ। ଏହା ପରେ ବାକି ରହିଥିବା ବିରି-ଚାଉଳ ଆଣ/ବାଟଣକୁ ଢ଼ାଳି ଦିଅନ୍ତୁ।
  • ପିଠାଟି ଫୁଲିବା ପାଇଁ ଉପରୁ ୧ ରୁ ୨ ଇଞ୍ଚ ଛାଡ଼ି ଦେଇଥିବେ। ପାତ୍ରକୁ ଘୋଡ଼ାଇ ଦିଅନ୍ତୁ।
  • କିଛି ସମୟ ବ୍ୟବଧାନରେ ଢାଙ୍କୁଣି ହଟାଇ ପିଠା ହେଲାଣି କି ନାହିଁ ଜାଣିବା ପାଇଁ ଗୋଟିଏ ଖଡ଼ିକା କାଠି/ ଛୁରୀ ସାହାଯ୍ୟରେ ଆପଣ ଦେଖି ପାରିବେ। ଯଦି କାଠି/ଛୁରୀ ସଫା ହୋଇ ବାହାରି ଆସିଲା, ପିଠା ପ୍ରସ୍ତୁତ ହୋଇ ସାରିଛି। ଏବେ ଚୁଲା ବନ୍ଦ କରି ଦିଅନ୍ତୁ।

REFERENCES:Various Sources

IMAGE REFERENCES:The photos uploaded to the website are collected from various internet sources. ODISHA Tales doesn't own any photos.Thanks to Everyone who clicked these photos.

DISCLAIMER:Testimonials appearing on this site are actually received via text, audio, video submission and some are translated by volunteers. They are individual experiences, reflecting real life experiences of those who have used the website to bring the information for public view. However, there are individual and subgroup findings and that may vary. We are open to receive your input to improve our website. ODISHA Tales is humbled to host the contents. However, respective authors retain the copyright of their own articles. ODISHA Tales bears no responsibility regarding the copyright claims.
Previous Post Next Post

Contact Form